ରିପୋର୍ଟ କାର୍ଡ / ଭୁବନେଶ୍ୱର
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଚଳିତ ବର୍ଷ ସାର ଯୋଗାଣ ସୁରୁଖୁରୁରେ ଚାଲିଥିବା ବେଳେ ସମବାୟ ବିଭାଗ ପକ୍ଷରୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ଆଉ ୩ ଲକ୍ଷ ୨୦ ହଜାର ଟନ ସାର ଯୋଗାଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଚାଷୀ ପଞ୍ଜୀକରଣକୁ ନେଇ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ବର୍ଷା ଯୋଗୁ ଚାଷୀ ପଞ୍ଜୀକରଣ ସର୍ଭର ଟିକେ ଡାଉନ ରହୁଛି। ହେଲେ ଚାଷୀଙ୍କ ସୁବିଧା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରୁଛନ୍ତି। ଆବଶ୍ୟକ ହେଲେ ଚାଷୀ ପଞ୍ଜୀକରଣ ତାରିଖ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।





More Stories
ଆଜିଠୁ କଟକ ବାଲିଯାତ୍ରା,ଉଦ୍ଘାଟନ କରିବେ ରାଷ୍ଟ୍ରପତି…..
ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ…..
ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..