Report Card Odisha

| Daily Odia News

ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ସ୍ବାଇନ ଫ୍ଲୁ (ଏଚ୧ଏନ୧) ଭୂତାଣୁ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଚଳିତ ବର୍ଷ ୨୩୦୮ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଜରୁରୀ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସବୁ ସ୍କୁଲ ଓ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନକୁ ସାନି ସତର୍କତା ଜାରି କରାଯାଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସ୍କୁଲ ପିଲାମାନଙ୍କୁ ଆବଶ୍ୟକ ପ୍ରତିଷେଧମୂଳକ ପରାମର୍ଶ ଦିଆଯାଇଛି। ଏହା ସହିତ ଯେଉଁ ପିଲାମାନଙ୍କ ଠାରେ ସ୍ବାଇନ ଫ୍ଲୁ ସଂକ୍ରମଣର ଲକ୍ଷଣ ​‌ଦେଖାଯାଉଛି ସେମାନଙ୍କୁ ସ୍କୁଲ ନ ପଠାଇବାକୁ କୁହାଯାଇଛି। ଦିଲ୍ଲୀ ସହିତ ନଇଡାରେ ମଧ୍ୟ ସ୍ବାଇନ ଫ୍ଲୁ ସଂକ୍ରମଣ ବ୍ୟାପୁଥିବା ଜଣାଯାଇଛି। ଏଠାରେ ମଧ୍ୟ ବିଦ୍ୟାଳୟଗୁଡିକ ପାଇଁ ସ୍ବାସ୍ଥ୍ୟ ବିଭାଗ ସତର୍କତା ଜାରି କରିଛି।

Breaking News