Report Card Odisha

| Daily Odia News

ଓଏଏସ୍‌ ସ୍ତରରେ ଅଦଳବଦଳ……

CREATOR: gd-jpeg v1.0 (using IJG JPEG v80), quality = 82

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ବତନ୍ତ୍ର ସଚିବ ଥିବା ଓଏଏସ୍‌ ଅଫିସର ବବିତା ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି। ସେହିପରି ଲୋକାୟୁକ୍ତ ଅତିରିକ୍ତ ସଚିବ ଥିବା ହିଂମାଶୁ ଶେଖର ବେହେରା ଗୃହ ବିଭାଗର ସ୍ବତନ୍ତ୍ର ସଚିବ ହୋଇଛନ୍ତି। କଟକ ମହାନଗର ନିଗମ ଅତିରିକ୍ତ କମିଶନର ଥିବା କଳ୍ପତରୁ ବେହେରାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଏକ୍ସ ଅଫିସିଓ ଏବଂ ଇଷ୍ଟେଟ୍‌ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ବାସ୍ଥ୍ୟ ବିଜ୍ଞାନର ରେଜିଷ୍ଟ୍ରାର ଥିବା ସନ୍ତୋଷୀ ସାହୁଙ୍କୁ ଏସ୍‌ଡି ଆଣ୍ଡ ଟିଇ ସ୍ବତନ୍ତ୍ର ସଚିବ, ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ଥିବା ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଓୟୁଏସ୍‌ଏସ୍‌ଏସ୍‌ସିର ସମ୍ପାଦକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ମନସ୍ବିନୀ ସାହୁଙ୍କୁ ଓଏଲ୍‌ଏଲ୍‌ ଆଣ୍ଡ ସି ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ସେହିଭଳି ଓଏଏସ୍‌ ଅଫିସର ଦେବବ୍ରତ ମଲ୍ଲିକଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ, ଜୟଶ୍ରୀ ସେନାପତିଙ୍କୁ ଓୟୁଏସ୍‌ଏସ୍‌ଏସ୍‌ସିର ଯୁଗ୍ମ ସମ୍ପାଦକ, ପରେଶ କୁମାର ନାଏକଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଏବଂ ସ୍ବରୂପାନନ୍ଦ ସାହୁଙ୍କୁ ଓୟୁଏସ୍‌ଏସ୍‌ଏସ୍‌ସିର ଉପ ସମ୍ପାଦକ ଭାବେ ବଦଳି କରାଯାଇଛି। ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ଅଫିସରମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ ନଚେତ୍‌ ଆସନ୍ତା ୧ ତାରିଖରେ ସମସ୍ତ ଅଫିସରଙ୍କ ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

Breaking News