ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି ହୋଇଥିବା ସୂଚନା ମିଳିଛି। ତେବେ ପୋଲିସ ଉଭୟ ଗୋଷ୍ଠୀକୁ ନେଇ ସିଂହଦ୍ୱାର ଥାନାରେ ଜିମା ଦେବା ସହ ପୋଲିସ ଘଟଣା ସମ୍ପର୍କରେ ଉଭୟ ଗୋଷ୍ଠୀକୁ ପଚରାଉଚରା କରାଯାଇଥିଲା। ତେବେ ପୋଲିସ ଉଭୟଙ୍କୁ ବୁଝାଶୁଝା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ମହାପ୍ରଭୁଙ୍କ ମଙ୍ଗଳ ଆରତି ସମୟରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ କୌଣସି କାରଣ କୁ ନେଇ ବଚସା ହୋଇଥିଲା । ପରେ ଦର୍ଶନ ସାରି ଫେରିବା ସମୟରେ ବାଇଶି ପାହଞ୍ଚ ନିକଟରେ ଦୁଇ ଭକ୍ତ ଗୋଷ୍ଠୀ ସମୟରେ ହାତାହାତି ହୋଇଥିବା କୁହାଯାଇଛି। ବୁଧବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ହାତାହାତିର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଦର୍ଶନକୁ ନେଇ ବଚସା ଓ ପରେ ହାତାହାତି ହୋଇଥିବା ଅନୁମାନ କରାଯାଉଛି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..