Report Card Odisha

| Daily Odia News

ବୁଥର ହେବ ଫିଜିକାଲ ଭେରିଫିକେସନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ କରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ବ୍ଲକ ଏବଂ ପୌର ଅଧିକାରୀଙ୍କୁ ବୁଥ ଫିଜିକାଲ ଭେରିଫିକେସନ କରିବାକୁ କୁହାଯାଇଛି। ଯେଉଁ ବୁଥରେ ସମସ୍ୟା ରହିଛି ଏହାକୁ ସୁଧୁରା ଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି। ଏପରିକି ନିର୍ବାଚନ ବେଳେ ସୋସିଆଲ ମିଡିଆରେ AI ଜରିଆରେ ଅପପ୍ରଚାରକୁ ରୋକାଯିବ ବୋଲି ସେ ପ୍ରକାଶ କରିଛନ୍ତି। କୌଣସି ଜାଗାରୁ ଅଭିଯୋଗ ଆସିଲେ ସାଇବର କ୍ରାଇମରେ ତଦନ୍ତ କରାଯିବ। ପ୍ରଥମେ ପଞ୍ଚାୟତ ନିର୍ବାଚନ ଓ ପରେ ପୌର ନିର୍ବାଚନ ହେବ। ଏପ୍ରିଲ ପ୍ରଥମରୁ ପଞ୍ଚାୟତ ନିର୍ବାଚନ ଏବଂ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମରୁ ପୌର ନିର୍ବାଚନ ହେବ। ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ସରକାରଙ୍କ କାର୍ଯ୍ୟ, ଅକ୍ଟୋବର ୩୧ ସୁଦ୍ଧା ଏହା ଶେଷ ହେବ। ଭୋଟର ଲିଷ୍ଟ ଫେବ୍ରୁଆରୀ ୧୦ ସୁଦ୍ଧା ଶେଷ ହୋଇ ଡିଜିଟାଇଜେସନ ହେବ ବୋଲି କମିଶନର କହିଛନ୍ତି।

Breaking News