Report Card Odisha

| Daily Odia News

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଗାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଦୁର୍ଗା କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏଥିସହିତ ଭୁବନେଶ୍ୱର ସମବାୟ ମୁଖ୍ୟାଳୟରେ SARCS ଭାବେ କାର୍ଯ୍ୟରତ ଥିଲେ। ରାଜନୈତିକ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମ, ୧୯୫୯ର ନିୟମ-୫ର ଉଲ୍ଲଂଘନ ବୋଲି ଆଦେଶରେ ଉଲ୍ଲେଖ ରହିଛି। ଓଡ଼ିଶା ସିଭିଲ ସର୍ଭିସେସ (କ୍ଲାସିଫିକେସନ, କଣ୍ଟ୍ରୋଲ ଆଣ୍ଡ ଅପିଲ) ରୁଲ୍ସ, ୧୯୬୨ର ରୁଲ ୧୦(୧) ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଥିବା ଆଦେଶରେ କୁହାଯାଇଛି। ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ଭୁବନେଶ୍ୱର ରହିବ। ଅନୁମତି ନ ନେଇ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏଥିସହ ଓଡ଼ିଶା ସର୍ଭିସ କୋଡ୍ର ନିୟମ-୯ ଅନୁଯାୟୀ ତାଙ୍କୁ ନିର୍ଦ୍ଧାରିତ ଜୀବିକା ଭତ୍ତା ପ୍ରଦାନ କରାଯିବ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି।ଏହି ନିଲମ୍ବନ ଆଦେଶର ନକଲ ଅତିରିକ୍ତ ସହକାରୀ ସମିତି ରେଜିଷ୍ଟ୍ରାର (ପ୍ରଶାସନ) ଏବଂ ଓଡ଼ିଶା ସରକାରଙ୍କ ସହକାରୀ ବିଭାଗର ଅତିରିକ୍ତ ସଚିବଙ୍କୁ ମଧ୍ୟ ପଠାଇ ଦିଆଯାଇଛି।

Breaking News