ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷର ଉତ୍ତର କାକେସସ୍ ଅଞ୍ଚଳରେ ଥିବା ମାଉଣ୍ଟ ମିଜହିରଗିରେ ରବିବାର ହିମସ୍ଖଳନ ହୋଇଥିଲା। ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ୫୦ରୁ ଅଧିକ ସୁରକ୍ଷାକର୍ମୀ ପ୍ରୟାସ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ୩୩ ପର୍ବତାରୋହୀଙ୍କ ଏକ ଗୋଷ୍ଠୀ ପାହାଡ଼ରେ ଚଢ଼ୁଥିଲେ। ଏହି ସମୟରେ ଅଚାନକ ହିମସ୍ଖଳନ ହୋଇ ତାଙ୍କ ଉପରେ ଆସି ପଡ଼ିଥିଲା। ଏହା ଫଳରେ ଅନେକ ପର୍ବତାରୋହୀ ବରଫ ତଳେ ଦବି ଯାଇଥିଲେ। ୧୦ ଜଣ ଯେ କୌଣସି ପ୍ରକାରରେ ଜୀବନ ବଞ୍ଚାଇ ତଳକୁ ଆସିବାକୁ ସକ୍ଷମ ହୋଇଥିଲେ। ପରେ ଅନ୍ୟମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।






More Stories
୧୧ରେ ମୋଦି-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା…..
ବାନ୍ଧବୀଙ୍କୁ ଗାଡ଼ି ଚଢାଇ ମାରିଦେଲେ!…..
ସରକାରଙ୍କ ନୂଆ ନିୟମ…..