Report Card Odisha

| Daily Odia News

ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ସେନା ଉପରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନ ସମ୍ବନ୍ଧିତ ମାନହାନି ମାମଲାର ତ୍ବରିତ ଶୁଣାଣି ଲାଗି ସୁପ୍ରିମକୋର୍ଟରେ ଦାବି କରାଯାଇଛି। ଅଭିଯୋଗକାରୀଙ୍କ ଓକିଲ ଗୌରବ ଭାଟିଆ କହିଥିଲେ ଯେ ପ୍ରାୟ ୫ ମାସ ହେଲା ଶୁଣାଣି ପାଇଁ ମାମଲାକୁ ତାଲିକାଭୁକ୍ତ କରାଯାଇ ନାହିଁ। ରାହୁଲ ଗାନ୍ଧୀ ‘କୌଣସି ଭିଭିଆଇପି ନୁହନ୍ତି’ ଯେ ମାମଲାକୁ ତାଲିକାଭୁକ୍ତ କରିବା ପାଇଁ ଏତେ ସମୟ ଲାଗୁଛି। ସେ ଶୀଘ୍ର ଶୁଣାଣି ପାଇଁ ଦାବି କରିଥିଲେ। ଏହା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ କହିଥିଲେ ଯେ ଆମ ସାମନାରେ ସବୁ ମାମଲା ସମାନ। ମାମଲା ଯାହା ବିରୋଧରେ ଦାଖଲ ହୋଇଥିଲେ ବି କୋର୍ଟଙ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ଏହାର ତ୍ବରିତ ଶୁଣାଣି ଲାଗି ଆବେଦନ ଦାୟର କରିବାକୁ ସୁପ୍ରିମକୋର୍ଟ କହିଥିଲେ। ସୂଚନାଯୋଗ୍ୟ ଯେ ଏହି ମାମଲା ୨୦୨୨ର ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ରାହୁଲ ଦେଇଥିବା ଟିପ୍ପଣୀକୁ ନେଇ ଦାୟର ହୋଇଛି। ସେତେବେଳେ ଭାରତର ୨୦୦୦ ବର୍ଗ କିମି ଜମିକୁ ଚୀନ କବଜା କରି ନେଇଥିବା ଏବଂ ଅରୁଣାଚଳରେ ଆମ ସୈନିକଙ୍କୁ ମାଡ଼ ମାରିଥିବା ରାହୁଲ କହିଥିଲେ। ବିଆରଓର ପୂର୍ବତନ ନିର୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଏହା ବିରୋଧରେ ମାମଲା ଦାୟର କରିଥିଲେ।

Breaking News