ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ଖେଳାଳିମାନେ ୬ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୧୦ଟି ପଦକ ଜିତିଛନ୍ତି | ଭାରତ ମେଡାଲ ତାଲିକାରେ ୫ମ ସ୍ଥାନରେ ପହଞ୍ଚିଛି । ୪୪ ବର୍ଷର ବ୍ୟବଧାନ ପରେ ଭାରତୀୟ ମହିଳା ହକି ଟିମ୍ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି । ରୋମାଂଚକ ଫାଇନାଲରେ ଭାରତୀୟ ଖେଳାଳିମାନେ ୧-୦ ଗୋଲ୍ରେ ଚାଇନାକୁ ହରାଇ ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଦେଇଥିଲେ । ସକାଳେ ମହିଳା ତୀରନ୍ଦାଜ ଟିମ୍ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଦକ୍ଷିଣ କୋରିଆ ଟିମ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ଏହି ବିଭାଗରେ ମିଳତ ଦଳ ଓ ପୁରୁଷ ଦଳ ରୌପ୍ୟ ପଦକ ହାସଲ କରିଥିଲା । ବକ୍ସିଂରେ ଲଭଲିନା ବୋରଗେନ୍ ୭୫ କେଜି ବର୍ଗରେ ଓ ପରବିନ ହୁଡ୍ଡା ୬୫ କେଜି ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିସହ ଅନୁକ୍ସ ପଙ୍ଘଲ ମଧ୍ୟ ପୁରୁଷ ୮୦ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଆଣିଦେଇଥିଲେ । ରେସଲିଂରେ ସୁଜିତ କାଲକାଲ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ନୌକା ଚାଳନାରେ ନେତ୍ର କୁମାରନ ବ୍ରୋଞ୍ଜ ପଦକ ଜିଣି ଭାରତର ପଦକ ତାଲିକାକୁ ୭୬ରେ ପହଂଚାଇଥିଲେ । ଅଦ୍ୟାବଧି ଭାରତ ୧୬ ସ୍ୱର୍ଣ୍ଣ, ୨୫ ରୌପ୍ୟ ଏବଂ ୩୫ ବ୍ରୋଞ୍ଜ ହାସଲ କରିଛି ।






More Stories
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..
ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା…..