Report Card Odisha

| Daily Odia News

ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ(ୟୁପି)ରେ ହେବାକୁ ଥିବା ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାଜପା। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ନାମଗୁଡ଼ିକୁ ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛି। ଏହି ତାଲିକାରେ ୟୁପି କ୍ୟାବିନେଟ ମନ୍ତ୍ରୀ ଧର୍ମପାଳ ସିଂହ ସାମିଲ ଅଛନ୍ତି। ରାମ ପ୍ରତାପ ସିଂହ ଚୌହାନଙ୍କୁ ମଧ୍ୟ ଦଳ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏପରିକି ରାଜ୍ୟସଭା ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକାରେ ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀ କ୍ରିଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂହ ରାୱତ, ଶ୍ରୁତି ଗଙ୍ଗୱାର ଅଛନ୍ତି। ପ୍ରାର୍ଥଙ୍କ ମଧ୍ୟରେ ୩ଜଣ ପଛୁଆବର୍ଗ (ଓବିସି), ୨ ଜଣ ଅନୁସୂଚିତ ଜାତି (ଏସ୍‌ସି) ଓ ୩ଜଣ ସାଧାରଣ ବର୍ଗରୁ ଅଛନ୍ତି। ୮ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି। ୟୁପିର ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୬ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି।

Breaking News