Report Card Odisha

| Daily Odia News

ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ! ହାଇ ଆଲର୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅକବାନ୍। ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ଅଗ୍ରସର ହେବ ବାତ୍ୟା। ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ଦକ୍ଷିଣ-ପୂର୍ବକୁ ପ୍ରାୟ ୪୪୦ କିଲୋମିଟର, କଳିଙ୍ଗପଟନମ୍‌ଠାରୁ ଦକ୍ଷିଣ-ପୂର୍ବକୁ ୪୪୦ କିଲୋମିଟର, ତାମିଲନାଡୁର ଚେନ୍ନାଇଠାରୁ ପୂର୍ବ-ଉତ୍ତର-ପୂର୍ବକୁ ୫୮୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣକୁ ୫୩୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣକୁ ୫୯୦ କିଲୋମିଟର ଦୂରରେ ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ଅକୱାନ୍’ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋପାଳପୁରର ପୂର୍ବ ପାର୍ଶ୍ୱ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ସେପଟେ ବାତ୍ୟା ଅକବାନକୁ ନେଇ ସଜାଗ ହୋଇଛି ପୁରୀ ଜିଲ୍ଲା ପ୍ରଶାସନ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ସମୁଦ୍ର କୂଳରେ ରେଡ୍ ଫ୍ଲାଗ୍ ଲଗାଇବା ସହ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ଏପରିକି ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ ରୋକ୍ ଲଗାଯାଇଛି। ପର୍ଯ୍ୟଟକଙ୍କୁ ସଚେତନ କରିବା ସହ ଉଠା ଦୋକାନୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଦୋକାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି ପ୍ରଶାସନ ।

Breaking News