ରିପୋର୍ଟ କାର୍ଡ / କଟକ
ଆଜିଠାରୁ ଐତିହାସିକ କଟକ ବାଲିଯାତ୍ରା I ପ୍ରାରମ୍ଭରେ ଗଡଗଡିଆ ଘାଟରେ ମହାନଦୀ ଆଳତି ଓ ବୋଇତ ବନ୍ଦାଣ କରାଯିବ। ଅପରାହ୍ନ ୫ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବାଲିଯାତ୍ରା ମହୋତ୍ସବ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଷ୍ଟ୍ରପତି କଡ଼ା ସୁରକ୍ଷା ବଳୟରେ ସଡ଼କପଥ ଯୋଗେ କଟକରେ ଆସି ପହଞ୍ଚତ୍ବେ। ପରେ ସିଲଭରସିଟି ବୋଟ୍ କ୍ଲବରୁ କଳିଙ୍ଗ ତରଙ୍ଗିଣୀ ନୌକା ଯୋଗେ ବାଲିଯାତ୍ରା ପଡ଼ିଆକୁ ଯିବେ। ଏଥିପାଇଁ କଳିଙ୍ଗ ତରଙ୍ଗିଣୀ ନୌକାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତିଙ୍କ ସମେତ ଏଥିରେ ୧୫ଜଣ ବସିବାର ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ପଡ଼ିଆରେ ନୌକା ପହଞ୍ଚତ୍ବା ପରେ କଟକ ଇନ୍ କଟକଠାରେ କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ। ପରେ ସେଠାରୁ ଓର୍ମାସ ପରିଦର୍ଶନ କରି ଗଣକବି ବୈଷ୍ଣବ ପାଣି ମଞ୍ଚରେ ରାଷ୍ଟ୍ରପତି ପହଞ୍ଚତ୍ ମହୋତ୍ସବର ଉଦ୍ଘାଟନ କରିବେ । ଯାତ୍ରୀଙ୍କ ଭିଡ଼ ଓ ଚାହିଦାକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ମୋଟ ୫୦ଟି ସ୍ୱତନ୍ତ୍ର ଆମ ବସ୍ ନିୟୋଜିତ କରାଯାଇଛି। ଏହି ସ୍ୱତନ୍ତ୍ର ବସ୍ ସେବା ବାଲିଯାତ୍ରାର ପ୍ରଥମ ଦିନ ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶେଷକରି ମୁଖ୍ୟ ପାର୍କିଂ ସ୍ଥଳରୁ ବାଲିଯାତ୍ରା ପଡ଼ିଆର ପ୍ରବେଶ ପଥ ପର୍ଯ୍ୟନ୍ତ ଏହି ବସ୍ ଚଳାଚଳ କରିବ। ଫଳରେ ଦର୍ଶକମାନେ ନିଜ ଗାଡ଼ି ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ରଖି ଆମ ବସ୍ରେ ସିଧାସଳଖ ମେଳା ପଡ଼ିଆକୁ ଯାଇପାରିବେ।କ୍ରୁଟ୍ର କହିବା ଅନୁଯାୟୀ, ବାଲିଯାତ୍ରା ସମୟରେ କଟକ ସହରରେ ଯାନବାହନ ଚଳାଚଳ ଓ ଟ୍ରାଫିକ୍ ଭିଡ଼ ଏକ ବଡ଼ ସମସ୍ୟା ହୋଇଥାଏ। ଏହି ସ୍ୱତନ୍ତ୍ର ବସ୍ ସେବା ଦ୍ୱାରା ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମିବା ସହ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହୋଇପାରିବ।





More Stories
ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ…..
ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..
ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ……