ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଭିତରେ ଆଜି ସର୍ବାଧିକ ୨୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୦୯୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୨୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସର୍ବାଧିକ କଳାହାଣ୍ଡି ଜିଲ୍ଲାରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଅନଗୁଳ ୯, ବାଲେଶ୍ଵର ୬, ବରଗଡ଼ ୧୮, ଭଦ୍ରକ ୨, ବଲାଙ୍ଗୀର ୫, କଟକ ୧୭, ଡେହେଙ୍କାନାଳ ୧, ଗଂଜାମ ୭, ଜଗତସିଂପୁର ୨, ଯାଜପୁର ୫, ଝାରସୁଗୁଡା ୫, କେନ୍ଦ୍ରାପଡା ୨, କେନ୍ଦୁଝର ୧୨, ଖୁରଧ ୩୩, କୋରାପୁଟ ୫, ମୟୁରଭଞ୍ଜ ୭, ନବରଙ୍ଗପୁର ୩, ନୟାଗଡ଼ ୨, ନୂଆପଡା ୩୧, ସମ୍ବଲପୁର ୧୭, ସୋନପୁର ୩, ସୁନ୍ଦରଗଡ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..