ରିପୋର୍ଟ କାର୍ଡ / ଭୁବନେଶ୍ୱର
‘ମୋ ବସ’ କର୍ମଚାରୀ ହଂସପାଳ ନିକଟରେ ଚଳନ୍ତା ବସରୁ ଯାତ୍ରୀଙ୍କୁ ତଳକୁ ଠେଲି ଦେଇଥିବା ନେଇ ଅଭିଯୋଗ ହୋଇଛି | ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଭଡ଼ାକୁ କେନ୍ଦ୍ରକରି ବଚସାକୁ ନେଇ ଭୁବନେଶ୍ୱର ହଂସପାଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଯାତ୍ରୀ ତଳେ ପଡ଼ିଯିବାରୁ ତାଙ୍କ ଗୋଡ଼ ଉପରେ ଚଢ଼ିଗଲା ବସ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ, ବାଲିଅନ୍ତା ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ହଂସପାଳ ଛକରେ ଓହ୍ଲାଇବା ପାଇଁ ଖାରବେଳନଗରରୁ ୧୭ ନମ୍ବର ‘ମୋ ବସ’ ରେ ଚଢ଼ିଥିଲେ । ହେଲେ ବସ ଭିତରେ ଟିକେଟ ପଇସା ଫେରସ୍ତ ନେଇ ଯୁକ୍ତି ତର୍କ ହୋଇଥିଲା । ଏହାପରେ ସେ ଓହ୍ଲାଇବା ବେଳେ ତାଙ୍କୁ ବସ କର୍ମଚାରୀ ଠେଲି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..