ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବ ତାଇଓ୍ୱାନରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପାଖାପାଖି ୩୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୂର୍ବତଟ ନିକଟରେ ଗୋଟିଏ ଟ୍ରେନ୍ ଲାଇନ୍ ଚ୍ୟୁତ ହେବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ ଶୁକ୍ରବାର ଟ୍ରେନଟି ସୁଡଙ୍ଗ ଅତିକ୍ରମ ସମୟରେ ଟ୍ରକ୍ ସହ ପିଟି ହୋଇଥିଲା । ଫଳରେ ସଂଗେ ସଂଗେ ଟ୍ରେନ୍ ଟି ଲାଇନଚ୍ୟୁତ ହେବାରୁ ୩୬ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ୭୨ରୁ ଅଧିକ ଗୁରୁତର ଯାତ୍ରୀଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଫାୟାର ଡିପାର୍ଟମେଣ୍ଟ କହିବା ଅନୁଯାୟୀ ଟ୍ରେନରେ ପାଖାପାଖି ୩୫୦ ଯାତ୍ରୀ ଯାତ୍ରା କରୁଥିଲେ । ବର୍ତ୍ତମାନ ସେଠାରେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାଟି ତେରେକ୍ ଜର୍ଜ ଦର୍ଶନୀୟ ସ୍ଥାନ ନିକଟରେ ହୋଇଛି । ତେବେ ଆଜି ଗୁଡ ଫ୍ରାଇଡେ ଥିବାରୁ ସରକାରୀ ଛୁଟି ଥିଲା । ଗତ ୩ ଦଶକରେ ଏହା ଏକ ବଡ ଦୁର୍ଘଟଣା ବୋଲି ଚର୍ଚ୍ଚା ହେଉଛି ।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..