ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି | ୧୧ ରାଜ୍ୟରେ ସଂକ୍ରମଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି | ଦେଶରେ ୨୪ ଘଣ୍ଟା ମଧ୍ୟରେ୮୯,୧୨୯ ନୂଆ ମାମଲା ଚିହ୍ନଟ ହୋଇଛି। ଆଜିର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୨୩, ୯୨,୨୬୦ ରେ ପହଞ୍ଚିଛି । ଅନ୍ୟପକ୍ଷେ ବିଗତ ୨୪ ଘଣ୍ଟା ମଧ୍ୟରେ ୭୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହି ମୃତକଙ୍କୁ ମିଶାଇ ଦେହରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୬୪,୨୧୦ କୁ ବୃଦ୍ଧି ପାଇଛି। ମୋଟ୍ ସକ୍ରିୟ ମାମଲା ୬,୫୮,୯୦୯ ରେ ପହଞ୍ଚିଛି। ଅନ୍ୟପକ୍ଷେ ଆରୋଗ୍ୟ ୧,୧୫, ୬୯, ୨୪୧ ପହଂଚିଛି | ଏଯାବତ ଦେଶରେ ମୋଟ ୭, ୩୦, ୫୪, ୨୯୫ ଟୀକା ନେଇସାରିଛନ୍ତି |






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……