Report Card Odisha

| Daily Odia News

ବିଏମସିର ନୂଆ କରୋନା ଗାଇଡ୍ ଲାଇନ୍ ଜାରି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶରେ କରୋନା ସଂକ୍ରମଣ ସ୍ଥିତି ଭୟଙ୍କର ଆଡକୁ ଗତି କରୁଛି | ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନୂଆ ଗାଇଡ୍ ଲାଇନ୍ ଜାରି ଜାରିଛି ଭୁବନେଶ୍ୱର ମାଗନଗର ନିଗମ । ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯିବା ଲାଗି ହୋଇଛି ନିଷ୍ପତ୍ତି। ଏହାସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହାସହ ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଲା ବିଏମସି । ନୂଆ ଗାଇଡଲାଇନ ଅନୁସାରେ, କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନ ହୋଇପାରିବ ନାହିଁ। ଏହାସହ କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୬ ତାରିଖରୁ ଲାଗୁ ହେବ ଏହି ନୂଆ ମାର୍ଗଦର୍ଶିକା। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି।

 

Breaking News