ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିଶୁ ମାନଙ୍କୁ କ୍ଷୀର ଯୋଗାଇବ ମା’କ୍ଷୀର ଭଣ୍ଡାର | ରାଜସ୍ଥାନ ଯୋଦ୍ଧପୁର ଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ଖୋଲା ଯାଇଛି। ଏହି ଭଣ୍ଡାରକୁ ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ଥିବା ଶିଶୁ ମାନଙ୍କୁ ଏଠାରୁ ଶିଶୁମାନଙ୍କୁ ମାଆ କ୍ଷୀର ଯୋଗାଇ ଦିଆଯିବ। ଏହି ଭଣ୍ଡାରକୁ ମା’ ମାନେ ସେମାନଙ୍କ କ୍ଷୀର ଦାନକରି ପାରିବେ। ଏଥିପାଇଁ ସଂସ୍ଥାନ ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ନବଜାତ ଶିଶୁ ଯାହାର ମାଆ ନଥିବ, ରୋଗୀଣା ମା’ର ଶିଶୁ, ଏଚଆଇଭି ପୀଡିତ ମା’ର ଶିଶୁ ଓ ଅନାଥାଶ୍ରମର ଶିଶୁମାନଙ୍କୁ ମା’ କ୍ଷୀର ଭଣ୍ଡାର ପକ୍ଷରୁ କ୍ଷୀର ଯୋଗାଇ ଦିଆଯିବ ବୋଲି ‘ନବଜୀବନ ସଂସ୍ଥାନ’ ପକ୍ଷରୁ କୁହାଯାଇଛି । ମା’କ୍ଷୀର ଦ୍ୱାରା ଶିଶୁର ମାନସିକ ଓ ଶାରୀରିକ ବିକାଶ ହୋଇଥାଏ । ଏହାସହ ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..