Report Card Odisha

| Daily Odia News

ପିପିଲି ଛକରୁ ୫୦ ଲକ୍ଷ ଟଙ୍କା ଜବତ….

ରିପୋର୍ଟ କାର୍ଡ / ପିପିଲି

ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ୨ ଯୁବକ ବାଇକ୍ ରେ ଯାଉଥିବା ବେଳେ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା  ଜବତ କରିଛି ପୋଲିସ। ଏହି ଘଟଣାରେ ଦୁଇ ଜଣ ଯୁବକ ଅଟକ ରହିଛନ୍ତି । ବାଇକ୍ ରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇଥିଲା ପୋଲିସ । ତେବେ ସେମାନଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଏହାସହ ଦୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ । ସେମାନେ ଏତେ ଟଙ୍କା କେଉଁଠୁ ଆଣିଲେ କାହାକୁ ଦେବା ପାଇଁ ନେଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏ ନେଇ ଖୋଳତାଡ ଜାରି ରଖିଛି । ସୂଚନା ଯୋଗ୍ୟକି – ପିପିଲି ଉପ-ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇଉଠିଛି । ଅପ୍ରେଲ ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ଲାଗି ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇସାରିଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି । ୩ ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଶତ ପ୍ରତିଶତ ଚେଷ୍ଟା ଜାରି ରଖିଛନ୍ତି । ଏହି ସମୟରେ ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହେବା ପରେ ପିପିଲି ଉପନିର୍ବାଚନକୁ ନେଇ ପ୍ରଶ୍ନ ବଛିସୃଷ୍ଟି କରୁଛି |

Breaking News