ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପ୍ରତିଦିନ ଏୟାରପୋର୍ଟ ଓ ଷ୍ଟେସନରୁ ୫ରୁ ୧୦ ଜଣ ଲେଖାଏଁ ସଂକ୍ରମିତ ବାହାରୁଛନ୍ତି। ଟ୍ରାଭେଲ ରେଷ୍ଟ୍ରିକ୍ସନ ନଥିବାରୁ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ ବଢ଼ୁଥିବା କରୋନା ନେଇ କମିଶନର କହିଛନ୍ତି-“ବର୍ତ୍ତମାନ ବିଏମସିରେ ବେଡ୍ ସଂଖ୍ୟା ୧୫୦ ଅଛି। ଖୁବ୍ଶୀଘ୍ର ବେଡ୍ ସଂଖ୍ୟା ବଢିବ। ଆମର ଏନ୍ଫୋର୍ସମେଣ୍ଟ ଟିମ୍ କାମ କରୁଛନ୍ତି। ପ୍ରଚାର ପ୍ରସାର କରାଯାଉଛି। ୩ଟି ଜୋନ୍ ସ୍କ୍ୱାଡ଼ ଗଠନ ହୋଇ ଚେକିଂ ଜାରି ରହିଛି।” ଗତକାଲି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୩୨୬୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧୯୫୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୪୨୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛି। ସୂଚନାରୁ ପ୍ରକାଶ, ବଢ଼ୁଥିବା କରୋନା ଆକ୍ରାନ୍ତକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ସେଥିପାଇଁ ରେଳ ଷ୍ଟେସନ୍ ଓ ଏୟାପୋର୍ଟରେ ଯାଞ୍ଚ କଡ଼ାକଡ଼ି ହୋଇଛି। କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସାନିଟାଇଜିଂ ଓ ଥର୍ମାଲ୍ ସ୍କ୍ରିନିଂକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଆବଶ୍ୟକ ପଡ଼ିଲେ ଆର୍ଟିପିସିଆର୍ ଟେଷ୍ଟ ମଧ୍ୟ କରାଯାଉଛି। ଏହା ସତ୍ତ୍ୱେ ରାଜଧାନୀରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..