ରିପୋର୍ଟ କାର୍ଡ / ମୁମ୍ବାଇ
ଆଜି ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନିଲ ଦେଶମୁଖ ଇସ୍ତଫା ଦେବାପରେ ଏବେ ପରବର୍ତ୍ତୀ ଗୃହମନ୍ତ୍ରୀ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଭିତରେ ଆଗରେ ରହିଛି ଦିଲୀପ ପାଟିଲଙ୍କ ନାଁ । ଦିଲୀପ ହୋଇପାରନ୍ତି ମହରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ । ସୂଚନା ଅନୁସାରେ- ମହାରାଷ୍ଟ୍ରର ପୂର୍ବତନ ପୋଲିସ କମିସନର ପରମବୀର ସିଂହ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ମାଗୁଥିବା ନେଇ ଅଭିଯୋଗ ଆଣିଥିଲେ । ଅନିଲ ଦେଶମୁଖ ୧୦୦ କୋଟି ଟଙ୍କା ବଟି ମାଗୁଥିବା ଅଭିଯୋଗ କରିଥିଲେ ପୂର୍ବତନ ପୋଲିସ କମିସନର ପରମବୀର ସିଂହ । ତେବେ ଏହି ମାମଲାର ଆଜି ଶୁଣାଣି କରି ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରିବା ପାଇଁ ମୁମ୍ବାଇ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..