ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀର ଦିତ୍ୱୀୟ ଲହର ଦେଶରେ କ୍ୟାମେଲାଉଛି । ଦୈନନ୍ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି | ଗତ କାଲିତୁଳନାରେ ଆଜି ସାମାନ୍ୟ ସଂକ୍ରମଣ ସଂଖ୍ୟା କମ ରହିଛି | ଦେଶରେ ଗତ ୨୪ ଘଣ୍ଟାରେ ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୪୬ ସଂକ୍ରମିତ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୫୪୭ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ ଜଣ ସୁସ୍ଥ ହୋଇଥିବାବେଳେ ୭ ଲକ୍ଷ ୮୮ ହଜାର ୨୨୩ ସକ୍ରିୟ ରୋଗୀ ରହିଛନ୍ତି। ଅନ୍ୟପଟେ ଦେଶରେ କରୋନା ଟିକାକରଣ ମଧ୍ୟ ଦ୍ରୁତଗତିରେ ଚାଲିଛି। ସୋମବାର ସୁଦ୍ଧା ଦେଶରେ ୪୩ ଲକ୍ଷ ୯୬୬ କରୋନା ଟିକା ପ୍ରଦାନ କରାଯାଇଛି। ଏହାକୁ ମିଶାଇ ଏବେ ସୁଦ୍ଧା ମୋଟ ୮ କୋଟି ୩୧ ଲକ୍ଷ ୧୦ ହଜାର ୯୨୬ ଜଣଙ୍କୁ ଟିକା ଦିଆଯାଇଛି।
More Stories
୨୨ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାହୁଲ…..
ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ…..
୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି…..