ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ୍. ଭି. ରମନା । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜଷ୍ଟିସ୍ ରମନାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ଜଷ୍ଟିସ ରମନା ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୩ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ । ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରମନାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ପାଖକୁ ସୁପାରିଶ କରିଥିଲେ ଜଷ୍ଟିସ ବୋବଡେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..