ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ୟାଙ୍କଗୁଡ଼ିକରେ ରେପୋ ରେଟ୍ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ ରହିଛି । ରେପୋରେଟ୍ ୪%ରେ ଅପରିବର୍ତ୍ତିତ ରହିବା ଫଳରେ ବିଭିନ୍ନ ଋଣ ଉପରେ ସୁଧ ହାର ହ୍ରାସ ପାଇବ ନାହିଁ ଏବଂ ଗ୍ରାହକଙ୍କୁ କୌଣସି ଅଶ୍ଵସ୍ତି ମିଳିବ ନାହିଁ। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବୈଠକ ଶେଷ ହେବା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କମିଟି ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମଏସଏଫ) ରେଟ୍ ପୂର୍ବପରି ୪.୨୫% ରହିଛି। ରିଭର୍ସ ରେପୋରେଟ୍ ୩.୩୫%ରେ ସ୍ଥିର ଅଛି। ଏହାସହିତ ବ୍ୟାଙ୍କ ରେଟ୍ରେ ବି କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ୪.୨୫% ରହିଛି। ଆରବିଆଇ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ଜିଡିପିରେ ୧୦.୫%କୁ ବୃଦ୍ଧି ପାଇବା ଅନୁମାନ ଲଗାଇଛି। ଗତ ବୈଠକରେ ମଧ୍ୟ ଜିଡିପିରେ ୧୦.୫% ବୃଦ୍ଧି ଆକଳନ କରାଯାଇଥିଲା। ଦାସ କହିଛନ୍ତି, କରୋନା ମହାମାରୀ ସତ୍ବେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି। କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏଥିରେ ସାମାନ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି। ମାତ୍ର ଦେଶ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ମା କରିବାକୁ ପ୍ରସ୍ତୁତ ରହିଛି।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..