ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ନଜରରେ ରଖି ଆଜିଠାରୁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି। ଆଗକୁ ଦିନ କର୍ଫ୍ୟୁ ସମ୍ଭାବନା ମଧ୍ୟ ରହିଛି। ଦିଲ୍ଲୀ ଓ ଏହାର ଆଖପାଖ ଏନ୍ସିଆର ଅଞ୍ଚଳରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଭୟବିତ୍ତ ଅଛନ୍ତି । ସେମାନେ ରାଜ୍ୟକୁ ଫେରିବା ଆରମ୍ଭ କରିଥିବା ଜଣାପଡ଼ିଛି। ଦିଲ୍ଲୀ ଓ ଏନ୍ସିଆର ଅଞ୍ଚଳ ଗାଜିଆବାଦ୍, ସାହିବାବାଦ୍, ନୋଏଡ଼ା, ଗ୍ରେଟର ନୋଏଡ଼ା, ଫରିଦାବାଦ, ଗୁରୁଗ୍ରାମରେ ବହୁ ସଂଖ୍ୟକ ଓଡ଼ିଆ ପାଇପ୍ ମିସ୍ତ୍ରି ତଥା କିଛି ଫ୍ୟାକ୍ଟ୍ରିମାନଙ୍କରେ ଓଡ଼ିଆ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସଠିକ୍ ତଥ୍ୟ ଉପଲବ୍ଧ ହେଉ ନ ଥିବା ବେଳେ ଗତବର୍ଷ ତୁଳନାରେ ଚଳିତ ବର୍ଷ ସେମାନଙ୍କର ସଂଖ୍ୟା କମ୍। ଦିଲ୍ଲୀ ଓ ଏନ୍ସିଆର ଅଞ୍ଚଳରେ ପରିସ୍ଥିତି ଆଗକୁ ଜଟିଳ ହେବା ଆଶଙ୍କାରୁ ଏବେ ନିଜ ଗାଁକୁ ଫେରିବାକୁ ପ୍ରସ୍ତୁତ ହେଲେଣି। ବିଳମ୍ବ ହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେମାନେ ଅନୁମାନ କରୁଛନ୍ତି। ଘରମୁହାଁ ହେବାକୁ ଥିବା ପ୍ରବାସୀମାନଙ୍କ ପାଖରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଟ୍ରେନମାନଙ୍କରେ ଟିକଟ୍ ଉପଲବ୍ଧ ନହେବା। ଦିଲ୍ଲୀରୁ ପ୍ରତ୍ୟେକ ଦିନ ୩/୪ଟି ଟ୍ରେନ୍ ଓଡ଼ିଶା ଯାତାୟତ କରୁଥିବା ବେଳେ ଟିକଟ୍ ନମିଳିବା ସେମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି |






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..