Report Card Odisha

| Daily Odia News

କରୋନା ସଂକ୍ରମଣ ବଢୁଥିବା ବେଳ ଦେଖା ଦେଇଛି ଟିକା ଅଭାବ,ରାଜ୍ୟରେ ୭ଶହ ଟିକାକରଣ କେନ୍ଦ୍ର ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କରୋନା ସଂକ୍ରମଣ ହୁହୁ ହୋଇ ବଢି ଚାଲିଥିବା ବେଳେ କରୋନା ଟିକା ଅଭାବ ଦେଖା ଦେଇଥିବା ନେଇ ଜଣାପଡିଛି। ରାଜ୍ୟରେ ଆବଶ୍ୟକ ମୁତାବକ କୋଭିଡ ଟିକା ନଥିବା କାରଣରୁ ବାଧାପ୍ରାପ୍ତ ହେଲାଣି ଟିକାଦାନ କାର୍ଯ୍ୟକ୍ରମ। ସେଥିପାଇଁ ରାଜ୍ୟର ପ୍ରାୟ ୭ଶହ ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିବା ନେଇ ସୂଚନା ମିଳିଛି । ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାକରଣ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ବୁଧବାର ୧,୧୦,୮୮୯ ଡୋଜ ଟିକା ଦିଆଯାଇଛି । ଆଉ ୪,୩୫,୩୨୦ ଡୋଜ କୋଭିସିଲଡ଼ ଟିକା ରହିଛି । ୧,୧୪,୪୯୦ ଡୋଜ କୋଭାକ୍ସିନ ଟିକା ଏବେ ମହଜୁଦ ଅଛି । ଟିକାଦାନର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି ତାହା ୨ ଦିନ ଭିତରେ ସରିଯିବ । ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି । ସେହିପରି ବୁଧବାର ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି । କୋରାପୁଟ ଜିଲ୍ଲାରେ ଗତକାଲି ଟିକାକରଣ ସମ୍ପୂର୍ଣ ବନ୍ଦ ଥିଲା । ସରକାରୀ ଓ ବେସରକାରୀ ସମସ୍ତ ଜାଗାରେ ୧୧ ତାରିଖଠୁ କାର୍ଯ୍ୟସ୍ଥଳୀରେ ଟିକାକରଣ କେନ୍ଦ୍ର କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ଏଥିଲାଗି ଜିଲ୍ଲା ଟାସ୍କଫୋର୍ସ ଓ ମହାନଗର ନିଗମ କମିଶନରଙ୍କ ଅନୁମତି ନେବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ୩୮,୫୨,୨୦୬ ଟିକାକରଣ ରାଜ୍ୟରେ ହୋଇଛି ।

Breaking News