ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି
କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍କୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଆଜି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଳକ୍ଷ୍ମୀ ସିନେମା ହଲ ସିଲ୍ ହୋଇଛି । ସୂଚନା ଅନୁସାରେ -କାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଳ ଭିଡ ହୋଇଥିଲା । ଫଳରେ ଟିକେଟ କାଉଣ୍ଟର ଆଗରେ ପୋଲିସ ଲାଠି ମାଡ କରିଥିଲା । ଗତକାଲି ରାୟଗଡାରେ ବି ଏକ ସିନେମା ହଲ ସିଲ୍ ହୋଇଥିଲା । ସେଠାରେ ବି କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆସିବା ପରେ ପ୍ରଶାସନ ସିଲ୍ କରିଥିଲା । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ମାଡି ଚାଲିଥିବା । ଅମାନିଆ ମାନଙ୍କର ବେପରୁଆ ମନଭାଵ ପାଇଁ ଏଭଳି ସଂକ୍ରମଣ ବଢୁଥିବା ନେଇ ଜଣାପଡିଛି | ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର କଠୋର ପଦକ୍ଷେପ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ