ରିପୋର୍ଟ କାର୍ଡ / ପୁରୀ
ଆଜି ପୁରୀ ଏମାର ମଠାରୁ ରୂପା ଇଟା ମିଳିଛି | ଗତକାଲି ବହୁ ପୁରାତନ ମୂଲ୍ୟବାନ କାରୁକାର୍ଯ୍ୟ ପୂର୍ଣ୍ଣ ରୂପା ତାରକସିର ସାମଗ୍ରୀ ମିଳିଥିଲା | ଏମାର ମଠର ୪ନଂ କୋଠରୀରୁ ୮ ଖଣ୍ଡ ରୂପା ଇଟା ମିଳିଥିବା ଜଣାପଡ଼ିଛି। ଏହାସହ କିଛି ପିତ୍ତଳ ଗରା ମିଳିଛି। ୨୦୧୦ରେ ୪୭ ଖଣ୍ଡ ରୂପା ଇଟା ମହନ୍ତଙ୍କ ଦାୟିତ୍ୱରେ ଥିଲା । ୨୦୧୧ ମସିହାରେ ଏମାର ମଠରୁ ୫୨୨ ଖଣ୍ତ ରୂପା ଇଟା ବାହାରିଥିଲା । ତେଣୁ ସେବେଠାରୁ ମଠ ଭିତରେ ଅଧିକ ଧନରତ୍ନ ଗଚ୍ଛିତ ଥିବା ନେଇ ଚର୍ଚ୍ଚା ହେଉଛି । ଏମାର ମଠ ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି। ଏହି ସମୟରେ ପୁରାତନ ସାମଗ୍ରୀ ଓ ରୂପା ମିଳିଥିବା ସୂଚନା ମିଳିଛି ।
More Stories
ଏସ୍ସିବି ମେଡକାଲ କଲେଜରେ ରାଗିଂ ଅଭିଯୋଗ…..
ଆସିଲା ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ…..
୩୧୦୦ ଟଙ୍କାରେ ଧାନ କିଣିବେ ସରକାର…..