ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା । ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ମୁଖ୍ୟ ଇସି ଭାବେ କାର୍ଯ୍ୟ କରୁଥିବା ସୁନୀଲ ଅରୋରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶିଲ ଚନ୍ଦ୍ରା ହିଁ ଦେଶର ନୂଆ ସିଇସି ଭାବେ ନିଯୁକ୍ତି ପାଇଛନ୍ତି । ୧୫ ମଇ ୧୯୫୭ ରେ ଜନ୍ମିତ ସୁଶୀଲ ଚନ୍ଦ୍ରା ୧୯୮୦ ବ୍ୟାଚର ଆଇଆରଏସ ଅଧିକାରୀ । ସେ ଆଇଆଇଟି ରୁରକିରୁ ବିଟେକ୍ ଏବଂ ଡେରାଡ଼ୁନରୁ ଏଲଏଲବିରେ ଡିଗ୍ରି ହାସଲ କରିଛନ୍ତି । ସୁଶିଲ ଚନ୍ଦ୍ରା ଆଜି ଠାରୁ ନୂଆ ସିଇସି ଦାୟିତ୍ୱ ଗ୍ରହଣ କରିବେ, ଏବଂ ୧୪ ମେ ୨୦୨୨ ଯାଏ ତାଙ୍କର କାର୍ଯ୍ୟକାଳ ରହିବ ବୋଲି ସୂଚନା ମିଳିଛି ।






More Stories
ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ…..
୧୦୦ ବିମାନ ବାତିଲ…..
କାଶ୍ମୀରରେ ସ୍କୁଲ-କଲେଜ ବନ୍ଦ…..