Report Card Odisha

| Daily Odia News

ଓଡ଼ିଆ ନବ ବର୍ଷ ର ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି-  ନୂଆ ବର୍ଷରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆବର୍ଷରେ ଆପଣମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରୁଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପୁଥାଣ୍ଡୁ ଉପଲକ୍ଷେ ତାମିଲ ଭଉଣୀ ଓ ଭାଇମାନଙ୍କୁ, ବୋହାଗ ବିହୁ ଲାଗି ଆସାମବାସୀ ଓ ବିଷୁ ଉତ୍ସବ ନିମନ୍ତେ କେରଳବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜର ଶୁଭେଛା ବାର୍ତ୍ତା ଜାରି କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦ ସଭିଙ୍କ ଉପରେ ରହିଥାଉ ବୋଲି ଟ୍ବିଟର ମାଧ୍ୟମରେ ଜାରି କରିଛନ୍ତି ।

Breaking News