ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜଧାନୀ ଭୁବନେଶ୍ବର ରୁ ୩୦୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୬୯ ଜଣ ଓ ସ୍ଥାନୀୟ ଅଂଚଳରୁ ୨୩୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ବିଏମ୍ସି ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨୦୦ରେ ପହଂଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୪୮କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେ୍ଳେ ୧୪୮୧ ଜଣଙ୍କର ଚିକିତ୍ସା ଜାରି ରହିଛି। ଆଜି ଖଣ୍ଡଗିରି ଅଂଚଳରୁ ସର୍ବାଧିକ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୧୯ ଜଣ, ପଟିଆରୁ ୧୭ ଜଣ, ଚନ୍ଦ୍ରଶେଖରପୁର ଓ ପାଇକନଗରରୁ ୮-୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..