Report Card Odisha

| Daily Odia News

ଅକ୍ସିଜେନ ସମସ୍ୟା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି | କେତେକ ରାଜ୍ୟର ରୋଗୀଙ୍କ ପାଇଁ ବେଡ଼ ନଥିବା ବେଳେ ଅକ୍ସିଜେନର ଅଭାବ ସାମ୍ନାକୁ ଆସିଛି | କରୋନା ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୁଖ୍ୟ ବାଧକ ସାଜିଛି ଅକ୍ସିଜେନର ଅଭାବ। ଏହି ସମସ୍ୟାର ସମାଧାନ ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲାଗୁଡିକର ସ୍ଥିତି ନେଇ ମୋଦୀଙ୍କୁ ଅବଗତ କରାଯାଇଥିଲା। ତେବେ ଅମ୍ଳଜାନ ପ୍ରସ୍ତୁତ କରୁଥିବା ବିଭିନ୍ନ ପ୍ଲାଣ୍ଟ ନିଜ କ୍ଷମତା ଅନୁସାରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସାରା ଦେଶରେ ଅକ୍ସିଜେନ ସିଲିଣ୍ଡରଗୁଡିକୁ ନେଇ ଯାଉଥିବା ଗାଡିଗୁଡିକ କିପରି ବିନା ବାଧାରେ ଯାତାୟତ କରିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ । ଏହାସହ ବିଦେଶରୁ ୫୦ ହଜାର ମେଟ୍ରିକ୍ ଟନ ମେଡିକାଲ ଅକ୍ସିଜେନ କେନ୍ଦ୍ର ସରକାର ଆମଦାନି କରିବେ ବୋଲି ସୂଚନା ମିଳିଛି।

 

Breaking News