ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ। ଏଣିକି ଭୋଟ ଗ୍ରହଣର ୭୨ଘଣ୍ଟା ପୂର୍ବରୁ ପ୍ରଚାର କରି ପାରିବେନି ପାର୍ଥୀ । କୋଭିଡ଼ ସଂକ୍ରମ କୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ କଟକଣା ଲାଗୁ କରିଛନ୍ତି । ରାଜନୀତିକ ଦଳଗୁଡ଼ିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ବୈଠକ କିମ୍ବା ରାଲି କରିପାରିବେ ନାହିଁ ବୋଲି କମିଶନ କହିଛନ୍ତି। ଆଜିଠାରୁ ହିଁ ଏହି ନିୟମ ଲାଗୁ ହୋଇଛି। ତେବେ ପଶ୍ଚିମବଙ୍ଗର ବାକି ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ କଟକଣା ଲାଗୁ ହୋଇଛି। କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେଉଥିବାରୁ ଚାରିଆଡ଼େ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏସବୁ ଭିତରେ ଆସନ୍ତାକାଲି ରାଜ୍ୟରେ ୫ମ ପର୍ଯ୍ୟାୟ ଭୋଟିଂ ହେବ। ୪ର୍ଥ ପର୍ଯ୍ୟାୟ ହିଂସା ଦୃଷ୍ଟିରୁ ୫ମ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସମୟକୁ ଗୋଟିଏ ଦିନ ହ୍ରାସ କରା ଯାଇଥିଲା। ଏବେ ରାଜ୍ୟରେ ବାକି ଥିବା ୩ଟି ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ସମାନ ନିୟମ ଲାଗୁ ହେବ। ବିଭିନ୍ନ ରାଜନୀତିକ ଦଳ ନିଜର ପ୍ରାର୍ଥୀଙ୍କ ପାଇଁ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବେ। ପୂର୍ବରୁ ଏହା ୪୮ ଘଣ୍ଟା ବା ଦୁଇ ଦିନ ରହିଥିଲା। କରୋନା ସଂକ୍ରମଣ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି। ଭୋଟିଂ ପୂର୍ବରୁ ଏହି ୭୨ ଘଣ୍ଟାକୁ ସାଇଲେଣ୍ଟ ପିରିୟଡ ଭାବେ ବିବେଚନ କରାଯିବ। ସେହିପରି କମିଶନ ପଶ୍ଚିମବଙ୍ଗର ବାକି ୩ ପର୍ଯ୍ୟାୟ ନିର୍ବାଚନ ପାଇଁ ଦୈନିକ ପ୍ରଚାର ସମୟ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ଯାଏ କୌଣସି ପ୍ରକାରର ରାଲି କିମ୍ବା ସମାବେଶ କରିପାରିବେ ନାହିଁ। ଏହି ସମୟରେ କୌଣସି ପ୍ରଚାର ହୋଇପାରିବ ନାହିଁ। ଏହାର ଅର୍ଥ ରାଜନୀତିକ ଦଳଗୁଡ଼ିକ ସକାଳ ୧୦ଟା ପରଠାରୁ ସନ୍ଧ୍ୟା ୭ଟା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସମାବେଶ ଓ ରାଲି କରିପାରିବେ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..