ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖା, ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୪୪ରେ ପହଞ୍ଚିଛି | ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨,୧୨୭ ଓ ଲୋକାଲ୍ କଣ୍ଟାକ୍ଟସ୍ ୧,୫୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୮,୨୫୮ରେ ରହିଛି। ଆକ୍ଟିଭ୍ କେସ୍-୨୧,୪୩୬ ଥିବାବେଳେ ୩,୪୪,୮୨୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳରୁ ୫୯, ବାଲେଶ୍ବରରୁ ୩୯, ବରଗଡ଼ରୁ ୨୧୦, ଭଦ୍ରକରୁ ୨୭, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୬, କଟକରୁ ୧୯୮, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୭, ଗଜପତିରୁ ୬୩, ଗଞ୍ଜାମରୁ ୬୬, ଜଗତ୍ସିଂହପୁରରୁ ୬୮, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୧୮୩, କଳାହାଣ୍ଡିରୁ ୩୨୪, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୫୬, କୋରାପୁଟ୍ରୁ ୩୯, ମାଲକାନଗିରିରୁ ୪, ମୟୂରଭଞ୍ଜରରୁ ୧୧୯, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ନୂଆପଡ଼ାରୁ ୨୨୧, ପୁରୀରୁ ୧୪୩, ରାୟଗଡ଼ାରୁ ୫୭, ସମ୍ବଲପୁରରୁ ୧୯୯, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୪୦ ଓ ଷ୍ଟେଟ୍ପୁଲ୍ରୁ ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….