ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଜିଲ୍ଲୀରେ କରୋନା ସ୍ଥିତି ଅଣାୟତ୍ତ | ଦ୍ରୁତ ଗତିରେ କରୋନା କାୟା ମେଲାଉଛି | ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସୁଦ୍ଧା ଶେଷ ହୋଇଥିବା ୨୪ଘଣ୍ଟା ମଧ୍ୟରେ ଜାତୀୟ ରାଜଧାନୀରେ ୨୪,୦୦୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ଦିଲ୍ଲୀ ସରକାର ଅମ୍ଳଜାନ ଓ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଦିଆଯାଉଥିବା ଅତ୍ୟାବଶ୍ୟକ ଔଷଧ ରେମ୍ଡେସିଭିୟର୍ ଅଭାବ କଥା ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଉଠାଇଥିଲେ। ଏହାଛଡ଼ା, ହସ୍ପିଟାଲ୍ରେ ଶଯ୍ୟାସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ଦିଲ୍ଲୀ ସରକାର ସାଧ୍ୟମତେ ଉଦ୍ୟମ କରୁଥିବା କଥା ସେ ଜଣାଇଥିଲେ। କେଜ୍ରିଓ୍ଵାଲ୍ କହିଥିଲେ ଯେ, ପରିସ୍ଥିତି ଖୁବ୍ ସାଙ୍ଘାତିକ ଏବଂ ଜଟିଳ। ବାସ୍ତବରେ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇଛି। ସେହି ଅଳ୍ପ କେତେ ଦିନ ତଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ବୋଲି ପ୍ରତୀୟମାନ ହେଉଥିବା ବେଳେ ଆଜି ସବୁ ଜିନିଷର ଅଭାବ ପରିଲକ୍ଷିତ ହେଉଛି। କିନ୍ତୁ, ଯେଉଁ ବେଗରେ କରୋନାଭାଇରସ୍ ବୃଦ୍ଧି ପାଉଛି, କେବେ ଏହା ଶିଖରରେ ପହଞ୍ଚିବ ତାହା କେହି ଜାଣନ୍ତି ନାହିଁ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……