ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ ତଥା ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଆଜିଠାରୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ ହୋଇଛି। ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ରାଜ୍ୟ ବାହାରର ଭକ୍ତ ମାନେ RTPCR କୋଭିଡ ନେଗେଟିଭ ସାର୍ଟିଫିକେଟ କିମ୍ବା ଟିକାର ଦୁଇଟି ଡୋଜ ନେବାର ପ୍ରମାଣ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ । ଏହାଛଡା ଭକ୍ତ ମାନେ ହାତ ସାନି ଟାଇଜ କରିବା ଓ ନିୟମକୁ ପାଳନ ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଶନିବାର ଓ ରବିଦାର ଦିନ ଶ୍ରୀମନ୍ଦିର ଦର୍ଶନକୁ ବାରଣ କରାଯାଇଛି । ଏହିପରିପେକ୍ଷୀରେ ଗତକାଲି ଶ୍ରୀମନ୍ଦିର ଭିତର ଓ ବାହାର ବିଶୋଧନ କରାଯାଇଥିଲା । ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ମନ୍ଦିର ସାନିଟାଇଜ କରାଯାଇଥିଲା। ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..