ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍ଡାଉନ୍ କଟକଣା ଘୋଷଣା ହୋଇଛି । ଦିଲ୍ଲୀରେ ଲକଡାଉନ ହେବା ପରେ କାଳେ ମଦ ମିଳିବ ନାହିଁ ସେଥିପାଇଁ କାଉଣ୍ଟର ଆଗରେ ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ । ଦିଲ୍ଲୀରେ ଲକଡାଉନ ଘୋଷଣା ହେବା ପରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଦୃଶ୍ୟ । ଦିଲ୍ଲୀର ଶିବପୁରୀ ଅଂଚଳରେ ଥିବା ଏକ ମଦ ଦୋକାନ ସାମନାରେ ମଦ କିଣିବା ପାଇଁ ଲାଗିଛି ଲମ୍ବାଲାଇନ୍ । ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ । ସବୁଠାରୁ ବଡ କଥା ହେଉଛି ମଦ କିଣିବାକୁ କାଉଁଟର ସାମନାରେ ଭିଡ ଲଗାଇଥିବା ଲୋକମାନେ ସାମାଜିକ ଦୂରତା ଭଳି କରୋନା କଟକଣାକୁ ପାଳନ କରୁ ନାହାଁନ୍ତି । ଦୃଶ୍ୟ ଦେଖିଲେ ଲାଗୁଛି , କରୋନା ପଛେ ହେଉ ମଦୁଆଙ୍କ ପାଇଁ କିନ୍ତୁ ମଦ କିଣିବା ଆବଶ୍ୟକ । ସତେ ଯେମିତି ମଦ ବିନା ସେମାନଙ୍କ ପାଇଁ ବଂଚିବା ମୁସ୍କିଲ ହୋଇପଡିଛି ।
More Stories
ଆମନ୍ତ୍ରଣ ଗ୍ରହଣ କଲେ ଆନ୍ଦୋଳନରତ ଡାକ୍ତର,ସର୍ତ୍ତ ମାନିଲେ ପଶ୍ଚିମବଙ୍ଗ ସରକାର…..
ମନ୍ତ୍ରୀଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ, ହଟିଲା ଇଣ୍ଟରନେଟ୍ କଟକଣା…..
ସନ୍ଦୀପ ଘୋଷଙ୍କ ବାବଦରେ ବଡ଼ ତଥ୍ୟ ଦେଲା ସିବିଆଇ….