ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ଲୋକମାନେ ଆବଶ୍ୟକତା ଅନୁଯାୟୀ ସଚେତନ ହେଉନାହାନ୍ତି । ଟିକା ନେଲେ ବି କରୋନାରୁ ବର୍ତ୍ତିବା ପାଇଁ ସଚେତନତାର ଆବଶ୍ୟକ ରହିଛି ବାରମ୍ବାର କୁହାଯାଉଛି । ଏନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ ସୂଚନା ଦେଇଛନ୍ତି। ଡା.ମିଶ୍ର କହିଛନ୍ତି, ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ନିୟମ ମାନି ଲୋକ କାମ କରନ୍ତୁ । ସେ କହିଛନ୍ତି, ଟିକା ନେଲେ ମୃତ୍ୟୁହାର କମିବ। କିନ୍ତୁ ଜଣେ ଟିକା ନେଇଗଲେ ଯେ କୋଭିଡରୁ ସମ୍ପୂର୍ଣ୍ଣ ବର୍ତ୍ତିଯିବ ସେକଥା ନୁହେଁ। ଲୋକେ ନିୟମ ମାନି ଚଳିଲେ କୋଭିଡ ଚେନରେ ବ୍ରେକ୍ ଲାଗିବ ବୋଲି ସେ କହିଛନ୍ତି। ଟିକା ନେଲେ ବି ମାସ୍କ ପିନ୍ଧିବେ, ହାତ ଧୋଇବେ, ସାମାଜିକ ଦୂରତା ମାନବାକୁ ପଡ଼ିବ। ତେବେ ଟିକା ନେବା ଦ୍ୱାରା ଭୟବହତା କମିବ ବୋଲି ଡା. ମିଶ୍ର କହିଛନ୍ତି। ସେପଟେ କିଛି ଜିଲ୍ଲାରେ TMC ଖୋଲିଛି । ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦେଶ ଦିଆଯାଇଛି । ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ଟି ସାଧାରଣ ବେଡ ରହିଛି। ସେଠି ୧୭.୫ ପ୍ରତିଶତ ରୋଗୀ ଅଛନ୍ତି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..