ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ଘୋଷଣା କରିଥିଲେ। ଏଥିସହ ପିଲାଙ୍କ ଶ୍ରେଣୀ ପାଠପଢ଼ା ବନ୍ଦ ହେବ ବୋଲି କହିଥିଲେ। ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ ଓ କିପରି ପରିଚାଳନା ହେବ ସେ ନେଇ ବିଭାଗ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷାନୁଷ୍ଠାନ କିପରି ଚାଲିବ ସେ ନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା। କିନ୍ତୁ ସ୍କୁଲ କିପରି ଚାଲିବ ସେ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କୌଣସି ସ୍ପଷ୍ଟ କରି ନ ଥିଲା। ଏହାକୁ ନେଇ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ଥିବାବେଳେ ଏହା ଦୂର ହୋଇଛି। ନାମଲେଖା, ପୁସ୍ତକ ବଣ୍ଟନ ଏବଂ ଏମ୍ଡିଏମ୍ କାର୍ଯ୍ୟକ୍ରମର ମନିଟରିଂ ଭଳି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ୫୦% ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ସୋମବାର ବିଭାଗର ଅତିରିକ୍ତ ସଚିବ ଆଲୋକ କୁମାର କର ବିଭାଗୀୟ ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେହିପରି ସବୁ କର୍ମଚାରୀ ନିଜ ମୁଖ୍ୟାଳୟରେ ରହିବେ। ମୁଖ୍ୟାଳୟ ଛାଡ଼ିବାକୁ ଚାହୁଁଥିବା ବ୍ୟକ୍ତି ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ/ଜିଲା ଶିକ୍ଷାଧିକାରୀ/ବ୍ଲକ ଶିକ୍ଷାଧିକାରୀ ମାଧ୍ୟମରେ ଜିଲାପାଳଙ୍କ ଅନୁମତି ନେବା ଉଚିତ୍। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଲାଗୁ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା,ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ…..