Report Card Odisha

| Daily Odia News

ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ୫୦% ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହିବେ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ଘୋଷଣା କରିଥିଲେ। ଏଥିସହ ପିଲାଙ୍କ ଶ୍ରେଣୀ ପାଠପଢ଼ା ବନ୍ଦ ହେବ ବୋଲି କହିଥିଲେ। ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ ଓ କିପରି ପରିଚାଳନା ହେବ ସେ ନେଇ ବିଭାଗ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷାନୁଷ୍ଠାନ କିପରି ଚାଲିବ ସେ ନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା। କିନ୍ତୁ ସ୍କୁଲ କିପରି ଚାଲିବ ସେ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କୌଣସି ସ୍ପଷ୍ଟ କରି ନ ଥିଲା। ଏହାକୁ ନେଇ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ଥିବାବେଳେ ଏହା ଦୂର ହୋଇଛି। ନାମଲେଖା, ପୁସ୍ତକ ବଣ୍ଟନ ଏବଂ ଏମ୍‌ଡିଏମ୍‌ କାର୍ଯ୍ୟକ୍ରମର ମନିଟରିଂ ଭଳି ଗୁରୁତ୍ୱପୂର୍ଣ୍ଣ କାମ  ପାଇଁ ୫୦% ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ସୋମବାର ବିଭାଗର ଅତିରିକ୍ତ ସଚିବ ଆଲୋକ କୁମାର କର ବିଭାଗୀୟ ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେହିପରି ସବୁ କର୍ମଚାରୀ ନିଜ ମୁଖ୍ୟାଳୟରେ ରହିବେ। ମୁଖ୍ୟାଳୟ ଛାଡ଼ିବାକୁ ଚାହୁଁଥିବା ବ୍ୟକ୍ତି ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ/ଜିଲା ଶିକ୍ଷାଧିକାରୀ/ବ୍ଲକ ଶିକ୍ଷାଧିକାରୀ ମାଧ୍ୟମରେ ଜିଲାପାଳଙ୍କ ଅନୁମତି ନେବା ଉଚିତ୍‌। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଲାଗୁ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।

Breaking News