ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅକ୍ସିଜେନ୍ ଲିକ୍ ହେବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଭେଣ୍ଟିଲେଟରରେ ଥିବା ୨୨ ରୋଗୀଙ୍କର ମୃତ୍ୟୁ ଘଟିଛି। ଆଜି ଏଭଳି ଏକ ବଡ଼ଧରଣର ଅଘଟଣ ଘଟିଛି ମହାରାଷ୍ଟ୍ରର ନାସିକରେ ତିବା ଜାକିର ହୁସେନ୍ ହସ୍ପିଟାଲରେ। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ସୂଚନା ଅନୁସାରେ, ନାସିକ ମ୍ୟୁନିସିପାଲ କର୍ପୋରେଶନ ଦ୍ବାରା ପରିଚାଳିତ ଉକ୍ତ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି। ଏଠାରେ ୧୫୦ରୁ ଅଧିକ ସଂକ୍ରମିତଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଅକ୍ସିଜେନ ଭରିବା ଲାଗି ଟ୍ୟାଙ୍କର ଆସିଥିବା ସମୟରେ ଲିକେଜ୍ ହୋଇଥିଲା। ଏହି ଟ୍ୟାଙ୍କରରୁ ପାଇପ ଯୋଗେ ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ କରାଯାଉଥିଲା। ତେବେ ଟ୍ୟାଙ୍କରରେ ଲିକେଜ ଯୋଗୁ ବହୁ ପରିମାଣର ଅକ୍ସିଜେନ ନିର୍ଗତ ହୋଇ ନଷ୍ଟ ହୋଇଥିଲା। ଫଳରେ ଟ୍ୟାଙ୍କରରୁ ଅକ୍ସିଜେନ ଯୋଗାଣ ବନ୍ଦ କରିଦିଆଯାଇଥିଲା। କିନ୍ତୁ ସେହି ସମୟରେ ହସ୍ପିଟାଲରେ ୧୫୦ରୁ ଅଧିକ କରୋନା ସଂକ୍ରମିତ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ ମିଳି ନ ଥିଲା। ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପଟେ ଟ୍ୟାଙ୍କରରୁ ୨ଘଣ୍ଟାରୁ ଅଧିକ ସମୟ ଧରି ଲିକେଜ ହୋଇଥିଲେ ମଧ୍ୟ ତାହାର ପ୍ରତିକାର କରାଯାଇ ନାହିଁ। ଲିକେଜ୍ ସ୍ଥାନକୁ ବନ୍ଦ କରାଯାଇ ପାରିନାହିଁ।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..