ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ପରିସ୍ଥିତିକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ର। କହିଛନ୍ତି କି ‘କରୋନା ମହାମାରୀ କାହାରିକୁ ଛାଡ଼ିନାହିଁ। ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହସ୍ପିଟାଲରେ ରୋଗୀଙ୍କୁ ବେଡ୍ ମିଳୁନାହିଁ। ପର୍ଯ୍ୟାପ୍ତ ଔଷଧ ନ ଥିବାବେଳେ ଅକ୍ସିଜେନ ଅଭାବ ଦେଖାଦେଇଛି। ଲୋକେ କାନ୍ଦୁଛନ୍ତି, ସରକାରଙ୍କୁ ସହାୟତା ମାଗୁଛନ୍ତି। କିନ୍ତୁ ସରକାର ନିର୍ବାଚନ ପାଇଁ ରାଲି କରି ହସୁଛନ୍ତି।’ କରୋନା ପରିସ୍ଥିତିକୁ ନେଇ ମୋଦୀ ସରକାରକୁ ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ର। କରୋନା ମୁକାବିଲାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରି ପ୍ରିୟଙ୍କା କହିଛନ୍ତି, ଟିକାର ଅଭାବ ଦୂର କରିବା ଲାଗି ସରକାର ଠୋସ୍ ରଣନୀତି ଗ୍ରହଣ କରିନାହାନ୍ତି। ରେମଡିସିଭର ଇଞ୍ଜେକ୍ସନ କାହିଁକି ଅଭାବ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବିଶ୍ଵରେ ଅକ୍ସିଜେନ ଉତ୍ପାଦନ କରିବାରେ ଭାରତର ସ୍ଥାନ ସବୁଠୁ ଊର୍ଦ୍ଧ୍ଵରେ, ତଥାପି ଏଠାରେ ରୋଗୀଙ୍କୁ ଅକ୍ସିଜେନ ମିଳୁନାହିଁ। ସରକାରଙ୍କ ପାଖରେ ୭/୮ ମାସ ସମୟ ଥିଲା। ବିଶେଷଜ୍ଞମାନେ କରୋନାର ୨ୟ ତରଙ୍ଗ ସମ୍ପର୍କରେ ଆଗରୁ ଚେତାଇ ଥିଲେ। କିନ୍ତୁ ସରକାର ଏ ଦିଗରେ ଧ୍ୟାନ ଦେବାକୁ ଉଚିତ ଭାବିଲେ ନାହିଁ। ଏହା ସହିତ ପ୍ରିୟଙ୍କା କହିଛନ୍ତି, ଏହି ସମୟ ରାଜନୀତି କରିବାର ସମୟ ନୁହେଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେଉଁ ପରାମର୍ଶ ଦେଇଛନ୍ତି, ସେ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସମସ୍ତ ରାଜନୈତିକ ଦଳ ସରକାରଙ୍କ ସହିତ ରହିଛନ୍ତି। ଗଣତନ୍ତ୍ରରେ ଆଲୋଚନା ଜରୁରୀ। କିନ୍ତୁ ମହାମାରୀକୁ ନେଇ ସରକାର ବିରୋଧୀଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ନାହାନ୍ତି। କିନ୍ତୁ ସେପଟେ ଦୁବାଇରେ ସରକାର ଆଇଏସଆଇ ସହିତ କଥାବର୍ତ୍ତା କରୁଛନ୍ତି।
More Stories
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଟ୍ରମ୍ପ……
କଣ୍ଟାବାଞ୍ଜିରେ ନିର୍ବାଚନ ଲଢିବାକୁ ନେଇ ମୁହଁ ଖୋଲିଲେ ନବୀନ…..
ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଡିଜିପି ହେଲେ ସଞ୍ଜୟ କୁମାର ବର୍ମା…..