ରିପୋର୍ଟ କାର୍ଡ / ବିଜାପୁର
ପୁଣି ଲାଲବାହିନୀର ହିଂସାକାଣ୍ଡ ଦେଖିବାକୁ ମିଳିଛି। ଅପହୃତ ଯବାନଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ପ୍ରଥମେ ପୋଲିସ୍ ଏସଆଇ ଙ୍କୁ ଅପହରଣ ଓ ପରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମାଓବାଦୀଙ୍କ ଦ୍ୱାରା ଅପହୃତ ପୋଲିସ୍ ଏସଆଇ ମୁରଲୀ ତାତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଛତିଶଗଡ଼ ବିଜାପୁର କୁସୁମପାରା ନିକଟରେ ମୁରଲୀ ତାତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଏସଆଇ ଙ୍କୁ ହତ୍ୟା ପରେ ମାଓବାଦୀମାନେ ପ୍ରେସ୍ନୋଟ୍ ଜାରି କରିଛନ୍ତି।ଏସଆଇ ମୁରଲୀଙ୍କୁ PLGA ଦ୍ୱାରା ହତ୍ୟା କରାଯାଇଥିବା ସ୍ପଷ୍ଟ କରାଯାଇଛି। ଗତ ୨୧ ତାରିଖରେ ମେଳା ଦେଖିବାକୁ ପାଲନାର ଯାଇଥିବା ବେଳେ ମାଓବାଦୀମାନେ ଏସଆଇ ମୁରଲୀଙ୍କୁ ଅପହରଣ କରିନେଇଥିଲେ।






More Stories
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……
ଓଡ଼ିଶା ସମେତ ୫ ରାଜ୍ୟ ପାଇଁ ୧୦,୭୮୩ କୋଟି ଟଙ୍କା ମଞ୍ଜୁର…..
ହିମସ୍ଖଳନ; ୧୨ ପର୍ବତାରୋହୀ ମୃତ, ୬ ନିଖୋଜ…..