ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୬ ହଜାର ତଳକୁ ଖସିବାର ନାଁ ନେଉନାହିଁ କରୋନା ସଂକ୍ରମଣ | ସଂକ୍ରମଣ ସଂଖ୍ୟା ବଢିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟ ବଢି ଚାଲିଛି | ଗୋଟିଏ ଦିନରେ ଟିକେ କମ ସଂଖ୍ୟକ ସଂକ୍ରମଣ ଚିହ୍ନଟ ପରେ ପୁଣି ଆଜି ୬୫୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୩୮୨୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୭୭୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୪୦୫୬ରେ ପହଞ୍ଚିଛି । ୨୪ ଘଂଟାର ୯ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତୁ ସଂଖ୍ୟା ୧୯୯୭କୁବୃଦ୍ଧି ପାଇଛି | ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୧୮୭, ବାଲେଶ୍ୱର ୧୩୭, ବରଗଡ଼ ୨୦୩, ଭଦ୍ରକ ୮୭, ବଲାଙ୍ଗୀର ୯୮, ବୌଦ୍ଧ ୭୦, କଟକ୪୮୮, ଦେଓଗଡ଼ ୩୮, ଢେଙ୍କାନାଳ ୨୦, ଗଜପତି ୮୧, ଗଞ୍ଜାମ ୩୨୩, ଜଗତସିଂହପୁର ୯୩, ଯାଜପୁର ୨୩୭,ଝାରସୁଗୁଡ଼ା ୪୩୬, କଳାହାଣ୍ଡି ୫୧୮, କନ୍ଧମାଳ ୩୫,କେନ୍ଦ୍ରାପଡ଼ା ୩୮, କେନ୍ଦୁଝର ୧୬୬, ଖୋର୍ଦ୍ଧା ୯୫୮, କୋରାପୁଟ ୬୯, ମାଲକାନଗିରି ୨୨, ମୟୁରଭଞ୍ଜ ୧୮୦, ନବରଙ୍ଗପୁର ୨୨୧, ନୟାଗଡ଼ ୯୧, ନୂଆପଡ଼ା ୫୫୧, ପୁରୀ ୧୪୫, ରାୟଗଡ଼ା ୧୧୭, ସମ୍ବଲପୁର ୨୨୬, ସୋନପୁର ୧୨୯, ସୁନ୍ଦରଗଡ଼ ୪୩୪, ଷ୍ଟେଟ୍ ପୁଲ୍ରୁ ୨୦୧ ରହିଛି ।
More Stories
୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି…..
ପଲଟି ମାରିବେ କି ନୀତିଶ,ବଡ଼ ଅଫର ଦେଲେ ଲାଲୁ…..
୪ ଖେଳାଳିଙ୍କୁ ଖେଳରତ୍ନ,୩୨ଙ୍କୁ ଅର୍ଜୁନ ପୁରସ୍କାର……