ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁସ୍ଥ ହୋଇଛନ୍ତି । ଏପ୍ରିଲ ୧୪ରେ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ହୋଇଥିଲେ । ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ । ଏବେ ରିପୋର୍ଟ ନେଗେଟିଭ ଆସିବାରୁ ସେ ଆଶ୍ୱସ୍ତ ହୋଇଛନ୍ତି । ଟ୍ୱିଟ କରି ସେ ଜଣାଇଛନ୍ତି ଆପଣମାନଙ୍କ ଶୁଭେଚ୍ଛା ଏବଂ ଡାକ୍ତରଙ୍କ ଆବଶ୍ୟକ ମୁତାବକ ଚିକିତ୍ସା ଯୋଗୁ ମୁଁ ସୁସ୍ଥ୍ ହୋଇପାରିଛି । କରୋନାକୁ ହରାଇବା ପାଇଁ ଆପଣମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି |






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……