Report Card Odisha

| Daily Odia News

ଆମକୁ ସତର୍କ ରହିବାକୁ ହେବ:ଆଗକୁ କରୋନା ସ୍ଥିତି କଣ ହେବ ଆକଳନ କରିହେଉନାହିଁ:ଏସସିଏସ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୋଭିଡ୍‌ ନିୟମ ମାନିଲେ ହିଁ କରୋନାକୁ ଆମେ ରୋକିପାରିବା । ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ। ରାଜ୍ୟରେ କୋଭିଡ୍ ସ୍ଥିତି ସମ୍ପର୍କରେ ପ୍ରେସମିଟ୍‌ କରି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସସିଏସ୍ ପ୍ରଦୀପ୍ତ ମହାପାତ୍ର । କହିଲେକି ଦେଶରେ ୮ ଦିନ ହେଲା ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି। ଏବେ ଦେଶର ୮୦ ପ୍ରତିଶତ କେସ୍ ୮/୯ଟି ରାଜ୍ୟରୁ ଆସୁଛି। ଆଉ ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି ବୋଲି କହିଲେ ଏସିଏସ। ଏହାସହ ଆଜି ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ରହିଛି। କୋଭିଡ଼ ନିୟମ ପାଳନ କଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବରଂ କୋଭିଡ଼ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ଗହଳି କରନ୍ତୁନି କି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହାସହ ଆମେ ରାଜ୍ୟରେ ଟେଷ୍ଟିଂ ବଢ଼ାଇଛୁ, ୨୫ ହଜାର ଆରଟିପିସିଆର ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼ ସୀମା ସିଲ୍ କରି ସଂକ୍ରମଣ ନିୟନ୍ତ୍ରଣ ଚେଷ୍ଟା କରାଯାଉଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଦେଶର ସ୍ଥିତି କେଉଁ ଆଡ଼କୁ ଯିବ, କେହି ଆକଳନ କରିପାରୁନାହାନ୍ତି। ତେଣୁ ଯେତେ ପଦକ୍ଷେପ ନେଲେ ବି କୋଭିଡ ଲହର ଏପର୍ଯ୍ୟନ୍ତ କମିନାହିଁ। ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଠିକ ଅବସ୍ଥାରେ ଅଛୁ ବୋଲି କହିଛନ୍ତି ଏସିଏସ । ଏହାସହ ଆଗକୁ ସ୍ଥିତି କଣ ହେବ, କିଛି ଆକଳନ କରିହେଉନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର। ଲୋକମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ଛାନିଆ ନହୋଇ ନିଜକୁ ସଙ୍ଗରୋଧରେ ରଖନ୍ତୁ । ଏବେ ବି ରାଜ୍ୟର ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନରେ ରହିଛନ୍ତି । ଟିକାକରଣ ମଧ୍ୟ ଆଗକୁ ଚାଲିବ | ଏହି ସମୟରେ ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ।

 

Breaking News