ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଗୁରୁ ତେଗ୍ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଦିଲ୍ଲୀରେ ଥିବା ଗୁରଦ୍ବାର ସିସ୍ ଗଞ୍ଜ ସାହିବ ଦର୍ଶନ କରିଛନ୍ତି। ୪୦୦ତମ ପ୍ରକାଶ ପୁରବ ଉପଲକ୍ଷେ ସେ ଗୁରଦ୍ବାରରେ ପ୍ରାର୍ଥନା କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି ଯେ, ଗୁରୁ ତେଗ୍ ବାହାଦୁର କୌଣସି ସ୍ବେଚ୍ଛାଚାର ଏବଂ ଅନ୍ୟାୟ ଆଗରେ ମୁଣ୍ଡ ନୋଇଁ ନ ଥିଲେ। ତାଙ୍କର ଆତ୍ମବଳି ଅନେକଙ୍କୁ ସାମର୍ଥ୍ୟ ଓ ପ୍ରେରଣା ପ୍ରଦାନ କରେ। ଗୁରୁ ତେଗ୍ ବାହାଦୁରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ୪୦୦ତମ ପ୍ରକାଶ ପୁରବର ସ୍ବତନ୍ତ୍ର ଅବକାଶରେ ମୁଁ ଶ୍ରୀଗୁରୁ ତେଗ୍ ବାହାଦୁରଜୀଙ୍କ ସମ୍ମୁଖରେ ମଥାନତ କରୁଛି। ନିଜର ସାହସ ଏବଂ ନିଷ୍ପୀଡ଼ିତମାନଙ୍କ ପ୍ରତି ସେବା ପାଇଁ ସେ ବିଶ୍ବବ୍ୟାପୀ ସମ୍ମାନିତ। ସ୍ବେଚ୍ଛାଚାର ଏବଂ ଅନ୍ୟାୟ ଆଗରେ ସେ ମୁଣ୍ଡ ନୋଇଁ ନ ଥିଲେ। ତାଙ୍କର ଆତ୍ମବଳି ଅନେକଙ୍କୁ ସାମର୍ଥ୍ୟ ଓ ପ୍ରେରଣା ପ୍ରଦାନ କରେ। ଆଜି ଗୁରଦ୍ବାର ଯିବା ପଥରେ ପ୍ରଧାନମନ୍ତ୍ରୀ କୌଣସି ନିରାପତ୍ତା ବ୍ୟବସ୍ଥା କରାଇ ନ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦର୍ଶନ ଅବସରରେ ଗୁରଦ୍ବାରରେ କୌଣସି ପ୍ରକାରର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇ ନଥିଲା।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..