Report Card Odisha

| Daily Odia News

କରୋନାରେ ଦୂରଦର୍ଶନ ଉପସ୍ଥାପିକା କନୁପ୍ରିୟାଙ୍କ ପରଲୋକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ଏମିତି ବ୍ୟାପିଯାଇଛି । ପ୍ରତିଦିନ ଆମେ କରୋନା ମହାମାରୀକୁ ନେଇ ଦୁଃଖଦ ଘଟଣାମାନ ଶୁଣିବାକୁ ପାଉଛୁ । ଗତ କିଛି ଦିନ ଭିତରେ ଦେଶର ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ କରୋନା ଯୋଗୁଁ ଆମେ ହରେଇସାରିଲୁଣି । ଏମାନଙ୍କ ମଧ୍ୟରେ ଗଣମାଧ୍ୟମର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ଅଛନ୍ତି । ଶୁକ୍ରବାର ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ ହୋଇଥିବା ବେଳେ ଶନିବାର ମଧ୍ୟ ଆଉ ଜଣଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନା ଯୋଗୁଁ ପରଲୋକ ହୋଇଛି । କନୁପ୍ରିୟା ଜଣେ ଲୋକପ୍ରିୟ ଉପସ୍ତାପିକା ସହ ଜଣେ ପ୍ରଖ୍ୟାତ ଅଭିନେତ୍ରୀ ମଧ୍ୟ ଥିଲେ । ସେ ମଧ୍ୟ ବ୍ରହ୍ମକୁମାରୀ ଆଶ୍ରିତ ଥିଲେ । ତାଙ୍କ ବିୟୋଗ ନେଇ ସୋସିଆଲ ମିଡିଆରେ ମୋନା ଓ୍ବାଲିଆ ସେୟାର କରିଛନ୍ତି । କନୁପ୍ରିୟା ଦୁଇ ଦିନ ତଳେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ଯେ, କରୋନାରେ ସଂକ୍ରମିତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ତାଙ୍କୁ ସମସ୍ତଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ଲେଖିଥିଲେ । କୁହାଯାଉଛି ଯେ, କନୁପ୍ରିୟାଙ୍କର ଅକ୍ସିଜେନ୍ ଲେଭେଲ କମ୍ ହେବା ଏବଂ ଜ୍ବର ବଢିବା କାରଣରୁ ମୃତ୍ୟୁ ହୋଇଛି । କନୁପ୍ରିୟାଙ୍କ ବିୟୋଗ ଗଣମାଧ୍ୟମ ଜଗତ ପାଇଁ ଅତ୍ୟନ୍ତ ଦୁଃଖଦାୟକ ।

Breaking News