ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଧନଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ସୁଖୀ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ: ଉଚ୍ଚ ଆଶା ଫଳବତୀ ହେବ। ସୁ ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି। ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇ କୃତିତ୍ୱ ଅର୍ଜନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ। ବୁଦ୍ଧିମାନ୍ ହେବେ। ଯାନବାହନରେ ସତର୍କତା ଆବଶ୍ୟକ। ପରୋପକାରୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ଶୁଭକାର୍ଯ୍ୟ ସ୍ଥଗିତ ରଖିବେ।
ସିଂହ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବହୁ ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବେ। ଶୁଭକାର୍ଯ୍ୟ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି।
କନ୍ୟା: ଆତ୍ମବଡ଼ିମା ଦେଖାଇ ପାରନ୍ତି। ଭାଇ ବନ୍ଧୁଙ୍କ ସାହାଯ୍ୟ ପାଇ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। କରଜ ସୁଝିବେ।
ତୁଳା: ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ପରାମର୍ଶ ମିଳିବ। ଓ ଅଧସ୍ତନମାନଙ୍କୁ ସୁ ପରାମର୍ଶ ଦେବେ। ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ନିୟୋଜିତ କରିପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହେବାକୁ ମନ ବଳିବ।
ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇ ସମୟ ସ୍ୱଚ୍ଛ ଓ ନିର୍ମଳ ରହିଛି। ଭଗବତ ପ୍ରେମୀ ହେବେ। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ମକର: ରାଜତୁଲ୍ୟ ହୋଇପାରନ୍ତି। ଆଧିପତ୍ୟ ବିସ୍ତାର କରିପାରନ୍ତି। ବିବାହ ବିଳମ୍ବ ହୋଇପାରେ। କୌଣସି କାରଣରୁ ମନ ବିଷାଦଭରା ହୋଇ ରହିପାରେ। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି।
କୁମ୍ଭ: ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ଆୟ ଆଶାନୁରୂପ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। ପାରିବାରିକ ସୁଖ ମିଳିବ। ସରକାରୀ ଲାଭ ମିଳିପାରେ।
ମୀନ: ଧର୍ମକାର୍ଯ୍ୟରେ ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଆପଣଙ୍କ ପାଇଁ ଭଲ ହେବ। ବନ୍ଧୁ ବିରୋଧର ସମ୍ମୁଖୀନ ହେଲେ ବି ମଧୁର କଥାରେ ପରକୁ ଆପଣାର କରିବାରେ ସକ୍ଷମ ହେବେ।
More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଦାମ୍ପତୃ ଜୀବନ ମଧୁମୟ ହେବ…..
ଆଜି ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ବତୀ ପୂଜା…..