Report Card Odisha

| Daily Odia News

ଆଜି ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୧୭ ଜଣଙ୍କର ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ପୁଣି ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୪୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୫୭୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ବାଲେଶ୍ବର ଓ ମାଲକାନଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼, ସମ୍ବଲପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେହିପରି ସୁନ୍ଦରଗଡ଼- ୧୧୮୬, କଟକ- ୯୬୩, କଳାହାଣ୍ଡି- ୫୭୧ବରଗଡ଼- ୫୪୩, ସମ୍ବଲପୁର- ୪୬୦, ନବରଙ୍ଗପୁର- ୪୦୪ ବରଗଡ଼- ୫୪୩, ସମ୍ବଲପୁର- ୪୬୦, ନବରଙ୍ଗପୁର- ୪୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୩୧୪ ଲେଖାଏଁ, ନୂଆପଡ଼ାରୁ ୩୦୪ ଚିହ୍ନଟ ହୋଇଛନ୍ତି। ଏହାସହ ମୟୂରଭଞ୍ଜ- ୨୮୮, ଷ୍ଟେଟ୍ ପୁଲ୍- ୨୮୨, ବୌଦ୍ଧ- ୨୫୦, ନୟାଗଡ଼- ୨୨୪, ଜଗତସିଂହପୁର- ୨୧୭, ଗଞ୍ଜାମ- ୧୯୬, କେନ୍ଦୁଝର- ୧୯୪, କୋରାପୁଟ- ୧୮୨, ଭଦ୍ରକ- ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା- ୧୪୦, କେନ୍ଦ୍ରାପଡ଼ା- ୧୨୧, ଗଜପତି- ୧୧୩, ସୁବର୍ଣ୍ଣପୁର- ୧୧୨ ବାଲେଶ୍ୱର- ୯୭, ଦେବଗଡ଼ ଓ ଢେଙ୍କାନାଳରୁ ୮୮ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାସହ ମାଲକାନଗିରି- ୮୩, କନ୍ଧମାଳରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଉ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି। ଏହାସହ ଷ୍ଟେଟ୍ ପୁଲରୁ ୨୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Breaking News